ଅବକାରୀ ଚଢ଼ାଉ, ୬୯୦ଲିଟର ମହୁଲି ଜବତ

ପାଟଣା: ପାଟଣା ଅବକାରୀ ବିଭାଗ ପକ୍ଷରୁ ଘଟଗାଁ କେନ୍ଦୁଝର ଅବକାରୀ ବିଭାଗ, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ ଓ ପାଟଣା ପୁଲିସ ପକ୍ଷରୁ ଆଜି ମିଳିତ ଚଢ଼ାଉ ସମୟରେ ୧୯ ହଜାର ୮ଶହ କେଜି ମହୁଲ ପୋଚ ନଷ୍ଟ କରାଯିବା ସହ ମୋଟ ୬୯୦ ଲିଟର ମହୁଲି ମଦ ଜବତ କରାଯାଇଛି। ଏହା ସହ ବହୁ ମଦ ଭାଟି ଭଙ୍ଗା ଯାଇ ବହୁ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି। ପାଟଣା ଅବକାରୀ ଥାନା ଅଞ୍ଚଳର ଭାଲିଆଡିହା, ଖୁଣ୍ଟାପଡ଼ା, ଚୁନୁସାହୀ, ରାଧାପୁର ଓ ବାରତୁଣିଆଁ ଗ୍ରାମର ଚୋରା ମଦ ଭାଟିରେ ଏହିସବୁ ଚଢ଼ାଉ ସମୟରେ ମଦ ମାଫିଆମାନେ ଫେରାର ହୋଇଯାଇଥିଲେ। ଏହି ଚଢ଼ାଉ ସମୟରେ ଗୋଟିଏ ବାଇକ ସହ ଜଣେ ଯୁବକକୁ ଅବକାରୀ ବିଭାଗ ଗିରଫ କରିଛି। ଭାଟିରୁ ଜବତ ପୋଚକୁ ଅବକାରୀ ବିଭାଗ ନଷ୍ଟ କରିବା ସହ ରନ୍ଧନ ସାମଗ୍ରୀ ସବୁ ପାଟଣା ଅବକାରୀ କାର୍ଯ୍ୟାଳୟକୁ ଆଣିଛି।

Comments are closed.