ପଧାନପଡ଼ା ଓ ମାଛଗଡ଼ରୁ ୬ଟି ଶାଳ ଗଡ଼ ଜବତ

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ପଧାନପଡ଼ା ଓ ମାଛଗଡ଼ ଜଙ୍ଗଲରେ ମାଫିଆମାନେ ଗଛ କାଟି ଶାଳ ଗଡ଼ ଲୁଚାଇ ରଖିଥିବା ଖବର ମିଳିବା ପରେ ବନ ବିଭାଗ ଗୁରୁବାର ଅପରାହ୍ନରେ ମୋଟ ୬ ଟି ବଡ଼ ବଡ଼ ଶାଳ ଗଡ଼ ଜବତ କରି ବନ କାର୍ଯ୍ୟାଳୟକୁ ଆଣିଛି। ପାଖାପାଖି ୮୦ ଘନ ଫୁଟ ଶାଳ ଗଡ଼ ଜବତ କରାଯାଇଛି। ଏସିଏଫ୍ ଅଜୟ କୁମାର ସାହୁ, ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ, ଘଟଗାଁ ବନାଞ୍ଚଳ ଅଧିକାରୀ ପ୍ରଭାତ କୁମାର କୁଅଁର, ପାଟଣା ବନପାଳ ସନାତନ ମିଶ୍ର , ଖିରେଇଟାଙ୍ଗିରି ବନପାଳ ଅମୂଲ୍ୟ କୁମାର ସେନାପତି, ସାହାରପଡା ବନପାଳ ମୋହିନୀ ମହାନ୍ତ, ବନରକ୍ଷୀ ତ୍ରିନାଥ ଜେନା, ନଗେନ୍ଦ୍ର ଜେନା, ରୁପଶ୍ରୀ ସାହୁ, ନିରୁପମା ବେହେରା ପ୍ରମୁଖ ଚଢାଉରେ ସାମିଲ ଥିଲେ।

Comments are closed.