କାଜୁ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦକ୍ଷିଣପଶି କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ବିଜାନାଳି ଗ୍ରାମର ସଞ୍ଜନ ମହାରଣା ବୋଲି ଜଣାପଡିଛି । ଆଜି ସକାଳୁ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ଏକ କାଜୁ ଗଛରେ ଝୁଲୁଥିବା ଦେଖି ପରିବାର ଲୋକଙ୍କୁ ଜଣାଇବା ସହ ପାଟଣା ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ କରୁଛି । ତେବେ ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ବୋଲି ପୁଲିସ କହିଛି ।

Comments are closed.