ବଜ୍ରପାତରେ ୩୩ ଜଣଙ୍କ ମୃତ୍ୟୁ

ପାଟଣା: ବିହାରର ୧୬ ଜିଲାରେ କରକାପାତ ସହ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୁକ୍ରବାର ଅପରାହ୍ଣରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୩୩ ଜଣଙ୍କ ପ୍ରାଣହାନୀ ଘଟିଛି। ପ୍ରବଳ ପବନ ଯୋଗୁଁ ପାଟନା ନିକଟ ମାନେରଠାରେ ଗଙ୍ଗାରେ ତିନିଟି ନୌକା ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ୟ ୪୦ ଜଣଙ୍କ ଜୀବନ ସୌଭାଗ୍ୟକ୍ରମେ ରକ୍ଷା ହୋଇଯାଇଛି। ବଜ୍ରପାତରେ ମୃତକଙ୍କ ପିଛା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହିତ ବର୍ଷାପବନ ପ୍ରତି ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

Comments are closed.