ସକାଳୁ ସକାଳୁ ଘରେ କଳାକନା ବୁଲାଇଲେ ଚୋର

ପାଟଣା: ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ବେଗୁନାଖମଣ ଗ୍ରାମରେ ଗ୍ରାମର ଅଧିକାଂଶ ଲୋକ ଆଜି ସକାଳୁ କାଜୁ ତୋଳିବାକୁ ଜଙ୍ଗଲକୁ ଯାଇଥିବା ସମୟରେ ଗ୍ରାମର ଦୁଇ ଜଣକ ଘରେ ପଶି ଚୋର କଳା କନା ବୁଲାଇଛି। ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ଘରର ତାଲା ଭାଙ୍ଗି ଚୋର ଘରେ ପଶିବା ପରେ ଗଡ଼ରେଜ ଓ ବାକ୍ସ ଭାଙ୍ଗି ନଗଦ ୧୦ ହଜାର ଟଙ୍କା ଚୋରୀ କରି ନେଇଥିବା ବେଳେ ଶ୍ୟାମସୁନ୍ଦର ମହାନ୍ତଙ୍କ ଘରେ ପଶି ସୁନାହାର, କାନଫୁଲ, ସୁନା ପଲା ସହ ନଗଦ ୩୦ ହଜାର ଟଙ୍କା ଚୋର ମାନେ ନେଇଯାଇଛନ୍ତି। ଆଜି ସକାଳ ସାଢେ ଆଠଟା ରୁ ନଅଟା ମଧ୍ୟରେ ଏହି ଚୋରି ହୋଇଥିବା ଜଣାପଡିଛି।ଏନେଇ ପାଟଣା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

Comments are closed.