ଶୋକାକୁଳ ପରିବେଶରେ ଅଗ୍ନିଶମ ଗାଡ଼ି ଚାଳକଙ୍କ ଶେଷକୃତ୍ୟ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବୁଢିକାପୁଡି ପଞ୍ଚାୟତ ପୁଟୁଗାଁ ଗ୍ରାମର ବାସିନ୍ଦା ତଥା ଆସ୍କା ଅଗ୍ନିଶମ କେନ୍ଦ୍ରରେ ଗାଡ଼ି ଚାଳକ ଭାବେ କାର୍ଯ୍ୟ କରୁଥିବା ଦୟାନିଧି ମହାନ୍ତ ( ୪୫) ସୋମବାର ରାତିରେ ଗାଙ୍ଗପୁର ଥାନା ବୁଢାକେନ୍ଦୁ ଜଙ୍ଗଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ସେଠାରୁ ଦୟାନିଧିଙ୍କ ମରଶରୀର ପୁଟୁଗାଁରେ ପହଞ୍ଚି ଥିଲା। ଦୁର୍ଭାଗ୍ୟର କଥା ଏହିଯେ ଦୟାନିଧିଙ୍କ ମର ଶରୀର ସହ କେହିବି ଜଣେ ଅଗ୍ନିଶମ କର୍ମଚାରୀ ଆସିନଥିଲେ।

ମୃତ୍ୟୁ ପୂର୍ବରୁ ଛୁଟି ନମିଳିବା ଆଦି ବିବିଧ ପ୍ରସଙ୍ଗ ଉଲ୍ଲେଖ କରି ଅଗ୍ନିଶମ ବିଭାଗର ଲାଞ୍ଚ ଅଭିଯୋଗର ଗୁମର ଖୋଲିବାରୁ ତାଙ୍କ ମରଶରୀରକୁ ମଧ୍ୟ କେହି ସାଥ ଦେଇନଥିଲେ। ତେବେ ତାଙ୍କ ପରିବାର ସହ ପତ୍ନୀ ରେବତୀ, ପୁତ୍ର ନିହାର ରଞ୍ଜନଙ୍କ ଉପସ୍ଥିତିରେ ଗ୍ରାମ ସଂଲଗ୍ନ ନେଉଳଯୋଡି ନାଳ ନିକଟରେ ଦୟାନିଧିଙ୍କ ଅନ୍ତିମ ସଂସ୍କାର କରାଯାଇଛି।

Comments are closed.