ହଙ୍ଗର ପ୍ରକଳ୍ପ ପକ୍ଷରୁ ୩ ଦିନିଆ ମହିଳା ନେତୃତ୍ବ ବିକାଶ ପ୍ରଶିକ୍ଷଣ ଶିବିର ଉଦଯାପିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ପଞ୍ଚାୟତ ସଭାଗୃହ ରେ ହଙ୍ଗର ପ୍ରକଳ୍ପ ପକ୍ଷରୁ ଅନୁଷ୍ଠିତ ହେଉଥିବା ୩ ଦିନିଆ ମହିଳା ନେତୃତ୍ବ ବିକାଶ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ୩ ଦିନ ଧରି ହେଇଥିବା ଏହି ଶିବିରରେ ବ୍ଲକ ଅଞ୍ଚଳରୁ ନବ ନିର୍ବାଚିତ ମହିଳା ସରପଞ୍ଚ, ମହିଳା ନାଏବ ସରପଞ୍ଚ ଓ ୱାର୍ଡ ସଦସ୍ୟାମାନଙ୍କୁ ମିଶାଇ ମୋଟ ୩୦ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହଙ୍ଗର ପ୍ରକଳ୍ପର ଜିଲ୍ଲା ମୁଖ୍ୟ ଧରିତ୍ରୀ ରାଉତ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହନାଥ ସିଂହ ଯୋଗ ଦେଇ ଶିବିରାର୍ଥିମାନଙ୍କୁ ନେତୃତ୍ବ ବିକାଶ ସମ୍ବନ୍ଧୀୟ ମାର୍ଗଦର୍ଶନ ଦେଇଥିଲେ। ଏହି ଶିବିରରେ ପାଟଣା ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ ଓ ଘଟଗାଁ ବ୍ଲକ୍ ସଂଯୋଜିକା ସୁମତି ପିଲା ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରରେ ମହିଳା ପ୍ରତିନିଧିମାନେ କିପରି ନିଜର ଦକ୍ଷତା ଓ ନେତୃତ୍ଵ ପ୍ରଦର୍ଶନ କରିପାରିବେ ଏହା ସହ ପିତୃ ସତ୍ତା, ୭୩ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ଗ୍ରାମସଭା, ପଲ୍ଲୀସଭା ପରିଚାଳନା, ସହଭାଗିତା ଓ ସହଯୋଗିତା, ଆର୍ଥିକ ପରିଚାଳନା, ବାଲ୍ୟ ବିବାହ ରୋକିବା, ଘରୋଇ ହିଂସା ହ୍ରାସ, ନାରୀ ଶିକ୍ଷା, ଶିଶୁ ଓ ଶିକ୍ଷାଧିକlର ଓ ବିଭିନ୍ନ ସରକାରୀ ଯୋଜନାକୁ ଜାଣିବା ଓ ତଦନୁଯାୟୀ କାର୍ଯ୍ୟ କରିବା ଆଦି ବିବିଧ ପ୍ରସଙ୍ଗ ଉପରେ ୩ଦିନ ଧରି ଶିବିରାର୍ଥୀଙ୍କୁ ମାନଙ୍କୁ ତାଲିମ ଦିଆଯାଇଥିଲା।

Comments are closed.