ଦ୍ୱିତୀୟ ବିବାହ ପରେ ହରଡଘଣାରେ ସ୍ୱାମୀ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବୁଢୀକାପୁଡି ପଂଚାୟତ ପୁଟୁଗାଁ ଗ୍ରାମର ରାଜେନ୍ଦ୍ର ମହାନ୍ତ ପୂର୍ବରୁ ଗୁହାଳଚଟୁଆ ଗ୍ରାମର ମିତା ମହାନ୍ତଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ମାତ୍ର ମିତା ମହାନ୍ତ ସନ୍ତାନ ସନ୍ତତି ନ ହେବାରୁ ପୁନଶ୍ଚ ରାଜେନ୍ଦ୍ର ମହାନ୍ତ ତେନ୍ତୁଳୀଖୁଣ୍ଟି ଗ୍ରାମର ହିରଣ୍ୟ ମହାନ୍ତଙ୍କୁ ମନ୍ଦିରରେ ଦ୍ୱିତୀୟ ବିବାହ କରିଥିଲେ। ଏ ନେଇ ପ୍ରଥମ ସ୍ତ୍ରୀ ମିତା ମହାନ୍ତ ତୁରୁମୁଙ୍ଗା ଥାନାରେ ସ୍ୱାମୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ତୁରୁମୁଙ୍ଗା ଥାନାଧିକାରୀ ଉଭୟ ପକ୍ଷଙ୍କୁ ଡାକିଥିଲେ। ଏଥିରେ ରାଜେନ୍ଦ୍ର ମହାନ୍ତ ପ୍ରଥମ ସ୍ତ୍ରୀ ଓ ଦ୍ୱିତୀୟ ସ୍ତ୍ରୀଙ୍କୁ ସମାନ ସୁବିଧା ଓ ଭରଣ ପୋଷଣ କରିବେ ବୋଲି ଗତ ମାର୍ଚ୍ଚ ୬ ତାରିଖରେ ଥାନାରେ ଲିଖିତ ଚୁକ୍ତିନାମା କରିଥିଲେ। ମାତ୍ର ରାଜେନ୍ଦ୍ର ମହାନ୍ତ ପ୍ରଥମ ସ୍ତ୍ରୀଙ୍କୁ ନେଇ କୁଆଡେ ଚାଲି ଯିବାରୁ ପୁଟୁଗାଁ ଓ ପୁରନ୍ଦରପୁର ଗ୍ରାମର ମିଶନ ମହିଳାମାନେ ଏକତ୍ରିତ ହୋଇ ଦ୍ୱିତୀୟ ସ୍ତ୍ରୀକୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ ମୁହାଁ ହୋଇଛନ୍ତି।

Comments are closed.