ଅସୁସ୍ଥ ସାଂସଦଙ୍କୁ ଭେଟିଲେ ପୂର୍ବତନ ବିଜେପି ନେତା

ପାଟଣା: ଘଟଗାଁ ବ୍ଲକ ଡଳଙ୍ଗପାଣି ଗ୍ରାମ ବାସିନ୍ଦା ତଥା ପୂର୍ବତନ ସାଂସଦ ଉପେନ୍ଦ୍ର ନାଥ ନାୟକ ମଧୁମେହ ଓ ବୃକକ ରୋଗରେ ପୀଡ଼ିତ ହୋଇ ଘରେ ପଡ଼ି ରହିଥିବା ବେଳେ ବିଜେପିର ଏକ ପ୍ରତିନିଧି ଦଳ ତାଙ୍କ ଘରକୁ ଯାଇ ଶ୍ରୀ ନାୟକଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଦଳର ବରିଷ୍ଠ ନେତା ମହେଶ୍ୱର ସାହୁ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରାଧାକାନ୍ତ ମହାନ୍ତ, ଜିଲା ବିଜେପି ପୂର୍ବତନ ସାଧାରଣ ସମ୍ପାଦକ ସୁବ୍ରତ ମହାନ୍ତି ଓ ଯୁବ ନେତା ଅସିତ୍ ନନ୍ଦନ ମହାନ୍ତି ପ୍ରମୁଖ ଡଳଙ୍ଗପାଣି ଗ୍ରାମକୁ ଯାଇ ପୂର୍ବତନ ସାଂସଦ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।

Comments are closed.