ବାତ୍ୟାରେ ଭାଙ୍ଗିଛି ଘର ହେଲେ ପହଂଚିନି ସହାୟତା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚେମଣା ପଞ୍ଚାୟତ ଅଙ୍ଗିକଳା ଗ୍ରାମର ଜୟନ୍ତୀ ନାଏକଙ୍କ ଚାରି ବଖରା ଚାଳ ଛପର ଘର ଗତ ବାତ୍ୟାରେ ଭାଙ୍ଗିଯାଇଥିବା ଜୟନ୍ତୀ ଅଭିଯୋଗ କରିଛନ୍ତି। ଏନେଇ ସେ ରାଜସ୍ବ ବିଭାଗକୁ ଜଣାଇଥିଲେ ମଧ୍ୟ କେହି ତାଙ୍କ ଦୁଆର ମାଡ଼ିନଥିବା ସେ ପ୍ରକାଶ କରିଛନ୍ତି। ତାଙ୍କ ଘରର କାନ୍ଥ ଖସିପଡ଼ିବା ସହ ଛପର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବାରୁ କତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ମତ ରଖିଛନ୍ତି।

Comments are closed.