ମଦ ଭାଟିରେ ଚଢାଉ, ୧୨୦୦ କିଲୋ ପୋଚ ଜବତ

ପାଟଣା: ପାଟଣା ଅବକାରୀ ବିଭାଗ ପକ୍ଷରୁ ପାଟଣା ବ୍ଲକ ଅଞ୍ଚଳର ଗାଲଫୁଲା ଓ ରୁଢ଼ିଆପଡ଼ା ରେ ଚାଲିଥିବା ଚୋରା ଦେଶୀ ମଦ ଭାଟିରେ ଚଢାଉ ସମୟରେ ଅବକାରୀ ବିଭାଗ ୧୨୦୦ କିଲୋ ମହୁଲ ପୋଚ ଜବତ କରିବା ସହ ଏହି ପୋଚକୁ ନଷ୍ଟ କରିଛି। ମଦ ମାଫିଆ ମାନେ ଆଗୁଆ ଫେରାର ହୋଇଯାଇଛନ୍ତି। ପାଟଣା ଅବକାରୀ ଥାନାଧିକାରୀ ଦିଲୀପ କୁମାର ତାଣ୍ଡି , ଅବକାରୀ ସହକାରୀ ଉପ ନିରୀକ୍ଷକ ଜଗନ୍ନାଥ ଭିତିରିଆ ଙ୍କ ନେତୃତ୍ୱ ରେ ଏହି ଚଢାଉ ହୋଇଥିଲା।

Comments are closed.