‘ସମାଜ’ ପ୍ରଭାବ: ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଆସିଲା ଉତ୍ତର, ଅକ୍ଟୋବର ୭ ସୁଦ୍ଧା କାମେଶ୍ୱରପୁର ମଝି ସାହିରେ ଜଳିବ ବିଜୁଳି ଆଲୁଅ

ପାଟଣା: ଗତ ଜୁଲାଇ ୩୧ ସମାଜରେ ବିଜୁଳିରୁ ବଞ୍ଚିତ କାମେଶ୍ୱରପୁରର ୫୦ ଆଦିବାସୀ ପରିବାର ଶୀର୍ଷକ ଖବର ପ୍ରକାଶ ପାଇବା ପରେ ସେହି ଗ୍ରାମର ଜଣେ ବ୍ୟକ୍ତି ସମାଜରେ ପ୍ରକାଶିତ ଖବରଟିକୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅନଲାଇନ ଦ୍ୱାରା ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ଏହାର ତଦନ୍ତ କରାଯାଇ ଆସନ୍ତା ଅକ୍ଟୋବର ୭ ତାରିଖ ସୁଦ୍ଧା ମେସର୍ସ ଏନଟିପିସି କାମେଶ୍ୱରପୁରର ମଝିସାହି ଓ ବାଆଁସଡିହା ସାହିର ବଳକା କାମ ସାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ଗତ ୧୮ ତାରିଖରେ ଉତ୍ତର ମିଳିଥିବାରୁ କାମେଶ୍ୱରପୁରବାସୀ ଖୁସିଥିବା ଜଣାପଡିଛି ।

Comments are closed.