କରୋନା ସଂକ୍ରମଣ ପଛେ ଥାଉ, ରାଜସ୍ୱ ଆଦାୟ ପାଇଁ ଚାଲୁଛି ଚଢାଉ

ପାଟଣା: କରୋନାର ଦ୍ୱିତୀୟ ଲହର ପରେ ଦେଶବାସୀଙ୍କ ମୁଣ୍ଡରେ ତୃତୀୟ ଲହର ଚିନ୍ତା ପୁରାଇ ଦିଆଯାଉଥିବା ବେଳେ କରୋନା ସଂକ୍ରମଣ ରୋକିବା ପାଇଁ ବ୍ଲକ ସ୍ତରରେ ଥିବା ତଦାରଖକାରୀ ଦଳ ଥିବାବେଳେ ଏହି ଦଳ କରୋନା ସଂକ୍ରମଣ ଚିନ୍ତାରୁ ଦୂରେଇ ଯାଇ ରାଜସ୍ୱ ଆଦାୟ ଲକ୍ଷ ନେଇ କାର୍ଯ୍ୟ କରୁଥିବା ଭଳି ଘଟଣା ଦେଖିବାକୁ ମିଳୁଛି। ବିଭିନ୍ନ ତେଜରାତି ଦୋକାନ, ଔଷଧ ଦୋକାନ ଆଗରେ ସାତ ଆଠ ଜଣ ଲୋକ ଠିଆ ହୋଇ ଗଲେ ପିଠିକୁ ଲାଠିଭୟ ରହୁଥିବା ବେଳେ ଲୋକମାନଙ୍କୁ ନ ବୁଝାଇ ଦୋକାନୀଙ୍କୁ ଜୋରିମାନା କରାଯିବା, ଦୋକାନରେ ତାଲା ମରାଯିବା କେତେ ଯୁକ୍ତିଯୁକ୍ତ ସେ ନେଇ ବ୍ୟବସାୟୀମାନେ ପ୍ରଶ୍ନ ଉଠାଇଛନ୍ତି।

ଅପରପକ୍ଷରେ ଗାଁ ଗହଳି ହାଟ, ଅତିଭିଡ ପାଲଟୁଥିବା ବ୍ୟାଙ୍କ ସାମ୍ନାରେ ଗହଳି କିପରି ତଦାରଖକାରୀ ଦଳଙ୍କ ନଜରରେ ପଡୁନାହିଁ ତାହା ଅଂଚଳରେ ସଚେତନ ନାଗରିକଙ୍କ ପାଇଁ ଆଲୋଚ୍ୟ ପ୍ରସଙ୍ଗ ହୋଇଛି। ପାଟଣା ଓ ଘଟଗାଁ ଅଂଚଳରେ ଚଢାଉ ଯୋଗୁଁ କିଛି ହାଟ ବନ୍ଦ ହୋଇଥିଲେ ମଧ୍ୟ ଢେଙ୍କିକୋଟ, ପାଟଣା, ସାହାରପଡା, ତୁରୁମୁଙ୍ଗା ଆଦି ପ୍ରମୁଖ ସ୍ଥାନ ମାନଙ୍କରେ ଥିବା ବ୍ୟାଙ୍କ ଆଗରୁ କାର୍ଯ୍ୟଦିବସରେ ଗହଳି କମ ହେବାର ନାଁ ଧରୁନାହିଁ। ଦୋକାନୀଙ୍କୁ ଜୋରିମାନା ନ୍ୟାୟରେ ଆଜି ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାରେ ଗୋଟିଏ ବି ବ୍ୟାଙ୍କକୁ ଜୋରିମାନା କରା ନ ଯିବା ଅଥବା ବ୍ୟାଙ୍କ ଆଗରୁ ଭିଡ ନିୟନ୍ତ୍ରଣ ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରା ନ ଯିବା ଉପରେ ସଚେତନ ନାଗରିକ ମାନେ ପ୍ରଶ୍ନ ଉଠାଇଛନ୍ତି। ସୀମିତ ସମୟ ପାଇଁ ଦୋକାନ ଖୋଲା ରହୁଥିବାରୁ ଖୁଚୁରା ବ୍ୟବସାୟୀ, ଖାଉଟି ଦୋକାନ ଆଗରେ ଭିଡ ଲଗାଇବା ସ୍ୱାଭାବିକ ହୋଇଥିବାରୁ ଘରକୁ ଫେରିବା ପାଇଁ ବାଇକ କିମ୍ବା ସ୍କୁଟି ଆଣିବା ନିହାତି ଜରୁରୀ ଥିଲେ ମଧ୍ୟ କେତେକ ସ୍ଥାନରେ ବାଇକ ଉପରେ ଜୋରିମାନା କରୋନା କାଳରେ ଲୋକଙ୍କୁ ଅସହ୍ୟ ହେଉଥିବା ଅଭିଯୋଗ ଥିବାରୁ କର୍ତୃପକ୍ଷ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ମତପ୍ରକାଶ ପାଇଛି।

Comments are closed.