ରେଙ୍ଗାଳ ବେଡା ଗ୍ରାମରେ ରାଜସ୍ବ ରଥ, ୭ ଜଣଙ୍କୁ ମିଳିଲା ପଟ୍ଟା

ପାଟଣା: ପାଟଣା ତହସିଲ ପକ୍ଷରୁ ସୋମବାର ଚେମେଣା ଆରଆଇ ସର୍କଲ ଅଧିନ ରେଙ୍ଗାଳ ବେଡା ଗ୍ରାମରେ ରାଜସ୍ବ ରଥ ପହଞ୍ଚି ୭ ଜଣଙ୍କୁ ବସୁନ୍ଧରା ଯୋଜନାରେ ଘରଡିହ ପଟ୍ଟା ବଣ୍ଟନ କରିଛି । ଏହା ସହ ରାଜନଗର ଆରଆଇ ସର୍କଲର ମୁରୁସୁଆଁ ଗ୍ରାମର ଜଣକୁ ଦାଖଲ ଖାରଜ ପଟ୍ଟା ଓ ନୂଆଖମଣ ଗ୍ରାମରେ ଜଣଙ୍କୁ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ପାଟଣା ତହସିଲ ପକ୍ଷରୁ ତହସିଲଦାର ତାପସ ରଞ୍ଜନ ଦେହୁରୀ, ଆରଆଇ ରମାକାନ୍ତ ମହାନ୍ତ, ରାଜସ୍ୱ ପରିଦର୍ଶକ ବନମାଳୀ ନାଏକ, ଅମିନ ଦେବାଶିଷ ନାଏକ, ଆରଆଇ ମଳୟ କୁମାର ନାଏକ, ଅନିତା ନାଏକ ଓ ଭବାନୀଶଙ୍କର ରାଉତରାୟ ପ୍ରମୁଖ ବିଭିନ୍ନ ଆରଆଇ ସର୍କଲ ବୁଲି ଲୋକଙ୍କୁ ତହସିଲ ସେବା ଯୋଗାଇଛନ୍ତି।

Comments are closed.