ଯବାନରୁ ଜିଲ୍ଲା ପରିଷଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ହେଲେ ରଣଜିତ ନାୟକ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ୮ ନଂ ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ମଇ ୨୭ରେ ଭୋଟ ଗ୍ରହଣ ହେବାକୁ ଯାଉଛି। ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନ ପାଇଁ ଗତ ପଞ୍ଚାୟତିରାଜ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ଅନାଦି ଚରଣ ସିଂ ଙ୍କ ପରଲୋକ କାରଣରୁ ଏହି ଆସନରେ ନିର୍ବାଚନ ସ୍ଥଗିତ ରହିଥିଲା। ଉପନିର୍ବାଚନ ପାଇଁ ଆଜି ଠାରୁ ମଇ ୧ ଯାଏ ପ୍ରାର୍ଥୀପତ୍ର ଦାଖଲ ଦିବସ ଥିବାବେଳେ ବିଜୁ ଜନତା ଦଳରୁ ଏହି ଆସନ ପାଇଁ ସlନ୍ତରlପୁର ଗ୍ରାମର ରଣଜିତ ନାୟକ(୩୯)ଙ୍କୁ ପ୍ରାର୍ଥୀ ଦିଆଯାଇଛି।

ସୂଚନା ଯୋଗ୍ୟ ଯେ ପୂର୍ବରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା କାଶିବେଡl ଗ୍ରାମ ର ମହେଶ୍ଵର ନାୟକ ଓ କଂଗ୍ରେସର ପ୍ରାର୍ଥୀ ହୋଇଥିବା ଭୋଲବେଡା ଗ୍ରାମର ଦୟାନିଧୀ ନାୟକଙ୍କ ପ୍ରାର୍ଥୀପତ୍ର ବଳବତ୍ତର ଥିବାରୁ କେବଳ ବିଜୁଜନତା ଦଳ ପ୍ରାର୍ଥୀ ଭାବେ ମଇ ୧ ତାରିଖ ରଣଜିତ ନାୟକ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୁଚନା ମିଳିଛି। ତେବେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ବାଦଦେଲେ ଅନ୍ୟ କୌଣସି ଦଳ ଅଥବା ସ୍ଵାଧୀନ ପ୍ରାର୍ଥୀ ମାନେ ମଧ୍ୟ ମଇ ୧ ସୁଦ୍ଧା ନାମାଙ୍କନ କରିବାର ସୁଯୋଗ ରହିଛି।ବିଜେଡି ପ୍ରାର୍ଥୀ ରଣଜିତ ବିହାର ରେଜିମେଣ୍ଟରରେ ସ୍ଥଳସେନାରେ ୨୦ବର୍ଷ ଚାକିରୀ କରି ଅବସର ନେବାପରେ ନୂଆକରି ରାଜନୀତିରେ ପାଦ ଥାପିଛନ୍ତି। ଢେଙ୍କିକୋଟଜୋନ ରେ ୧୦ଟି ପଞ୍ଚାୟତ ଢେଙ୍କିକୋଟ, ଖଣ୍ଟଘର, ସlନ୍ତରlପୁର, ପଇଦାପାଟଣା, ମୁକ୍ତlପୁର, ତୋରାଣିପୋଖରୀ, ସରାସପଶି, ମନୋହରପୁର, ଭୋଳଵେଡା ଓ ଵରାହାଟିପୁରା ପଞ୍ଚାୟତ ଅଂଚଳ ରହିଛି।

Comments are closed.