ପାଟଣାରେ ଜଙ୍ଗଲ ଜମି ପଟ୍ଟା ବାଣ୍ଟିଲେ ବିଧାୟକ ଜଗନ୍ନାଥ

ପାଟଣା: ପାଟଣା ବ୍ଲକ ସଭାଗୃହରେ ଜଙ୍ଗଲଜମି ପଟ୍ଟା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ମୋଟ ୪୬୪ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି। କାର୍ଯକ୍ରମରେ ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ପାଟଣା ତହସିଲଦାର ତାପସ ରଂଜନ ଦେହୂରି, ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ କୁମାର ନାଏକ, ପାଟଣା ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ, ତୁରୁମୁଙ୍ଗା ସହକାରୀ କୃଷି ଅଧିକାରୀ ବର୍ଷା ବୈଶାଳୀ, ପାଟଣା ବନପାଳ ଚିତ୍ତରଂଜନ ପରିଡା, ସଂଯୋଜକ ମିତ୍ରଭାନୁ ମହାନ୍ତଙ୍କ ସହ ଅନ୍ୟ ସରପଞ୍ଚ ଓ ସମିତି ସଭ୍ୟସଭ୍ୟାମାନେ କାର୍ଯକ୍ରମରେ ସାମିଲ ଥିଲେ। ଏହି ପଟ୍ଟା ପାଇବା ପରେ ମିଳୁଥିବା ସୁବିଧା ଓ ସୁଯୋଗ ସମ୍ପକରେ ହିତାଧିକାରିମାନଙ୍କୁ ସୂଚନା ଦିଆଯାଇଥିଲା।

Comments are closed.