ଅବକାରୀ ଚଢାଉ: ଦେଶୀ ଓ ବିଦେଶୀ ମଦ ଜବତ, ୨ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ପାଟଣା ଥାନା ଡିଆନାଳି ଗ୍ରାମର କାଣ୍ଡେ ମୁଣ୍ଡା ଓ ତୁରୁମୁଙ୍ଗା ଥାନା ବିନିଦା ଗ୍ରାମର ରିନା ମୁଣ୍ଡା ବୋଲି ଜଣାପଡିଛି। ଏହି ଚଢାଉ ସମୟରେ କାଣ୍ଡେ ମୁଣ୍ଡାଙ୍କ ଠାରୁ ୨୦ ଲିଟର ମହୁଲି ମଦ ଜବତ କରାଯାଇଥିବା ବେଳେ ରିନା ମୁଣ୍ଡାଙ୍କ ଠାରୁ ୩୨ଟି ବିୟର ଓ ଗୋଟିଏ ଡିପ୍ ଫ୍ରୀଜର ଜବତ କରାଯାଇଛି।

Comments are closed.