ମାଣ୍ଡିଆ ଚାଷ ଓ ଅଣପାରମ୍ପରିକ ବିହନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର

ପାଟଣା: ସ୍ୱେଚ୍ଛାସେବୀ ସଂଗଠନ ପିକକ୍ ପକ୍ଷରୁ ମାଣ୍ଡିଆ ଚାଷ ଓ ଅଣ ପାରମ୍ପରିକ ବିହନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ପାଟଣା ପିକକ ତାଲିମ ଗୃହରେ ୩୦ ଜଣ ଅଗ୍ରଣୀ ପୁରୁଷ ଓ ମହିଳା ଚାଷୀଙ୍କୁ ଏହି ତାଲିମ ଦିଆଯାଇଛି। ଏଠାରେ ପ୍ରଶିକ୍ଷକ ଭାବେ ଅଭୟ କୁମାର ରାଉତ ଯୋଗ ଦେଇ ୨୫ଟି ଗ୍ରାମ ରୁ ଆସିଥିବା ଚାଷୀଙ୍କୁ ମାଣ୍ଡିଆ ଚାଷ ପ୍ରଣାଳି, ଉନ୍ନତ କିସମ ବିହନ ଓ ପାରମ୍ପରିକ କୃଷି ଉପରେ ତାଲିମ ପ୍ରଦାନ କରିଛନ୍ତି। ସେହିପରି ଶ୍ରୀ ପଦ୍ଧତି ଚାଷ କଲେ କିପରି କମ ଜଳ, କମ ପରିଶ୍ରମ, କମ ଖର୍ଚ୍ଚ ସତ୍ତ୍ବେ ଅଧିକ ଅମଳ ପାଇଁ ଚାଷୀ ଲାଭପ୍ରଦ ହୋଇ ପାରିବେ ସେ ନେଇ ସବିଶେଷ ବୁଝାଇଥିଲେ। ଏହି ତାଲିମ କାର୍ଯକ୍ରମକୁ ପିକକ୍ ର ବ୍ଲକ୍ ସଂଯୋଜକ ସତ୍ୟନାରାୟଣ ମହାନ୍ତ, ରାଜେନ୍ଦ୍ର ନାଏକ ଓ ଦ୍ରୌପଦୀ ବେଜ୍ ପରିଚାଳନା କରିଥିଲେ।

Comments are closed.