ଦେବାଶିଷ: ଗଣିତ ପ୍ରତିଭାରେ ରାଜ୍ୟରେ ପ୍ରଥମ

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଧ୍ୟୟନରତ ତୃତୀୟ ଶ୍ରେଣୀର ଛାତ୍ର ଦେବାଶିଷ ଦାଶ ଶିକ୍ଷାବିକାଶ ସମିତି ଓଡିଶା ପରିଚାଳିତ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି l ମୋଟ ୯୨ରୁ ସେ ୯୨ ନମ୍ବର ରଖି ଏହି କୃତିତ୍ୱ ହାସଲ କରିଛନ୍ତି l ସୂଚନାଯୋଗ୍ୟ ଯେ ଶିକ୍ଷାବିକାଶ ସମିତି ପକ୍ଷରୁ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପ୍ରତିଯୋଗୀତା ତୃତୀୟ, ପଞ୍ଚମ, ସପ୍ତମ ଓ ନବମ ଶ୍ରେଣୀର ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ପାଇଁ ସମଗ୍ର ରାଜ୍ୟରେ ଅନୁଷ୍ଟିତ ହୋଇଥିଲା l ପୁତ୍ର ଦେବାଶିଷର ସଫଳତାକୁ ନେଇ ତାଙ୍କ ପିତା ପାଟଣା ଦୁର୍ଗାଦେଇ ପୁର ଶାସନ ବାସିନ୍ଦା ସରୋଜ କୁମାର ଦାଶ ଓ ମାତା ଗୀତାଞ୍ଜଳି ଖୁସିବ୍ୟକ୍ତ କରିଥିବାବେଳେ ଦେବାଶିଷ ତାଙ୍କର ଏହି ସଫଳତାକୁ ବଡ ଜେଜେବାପା ସ୍ବର୍ଗତ କିଶୋର ଦାଶ ଓ ଜେଜେ ମାଆ ସ୍ବର୍ଗତ ସୁଭଦ୍ରା ଦାଶ, ସାନ ଜେଜେବାପା ନବୀନ ଚନ୍ଦ୍ର ଦାଶ ଓ ସାନ ଜେଜେ ମା ସୌଦାମିନୀଙ୍କୁ ଅର୍ପଣ କରି ନିଜ ମହାନତାର ପରିଚୟ ଦେଇଛନ୍ତି l

Comments are closed.