ଆଶ୍ରୟ ସ୍ଥଳୀରେ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଧାୟକ

ପାଟଣା: ପାଟଣା ବ୍ଲକ ର ବିଭିନ୍ନ ଆଶ୍ରୟସ୍ଥଳୀରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ବୁଲି ବୁଲି ଶୁଖିଲା ଖାଦ୍ୟ ଓ ପାଣି ବୋତଲ ବଣ୍ଟନ କରିଛନ୍ତି। ପାଟଣା ମହାବିଦ୍ୟାଳୟ ଆଶ୍ରୟସ୍ଥଳୀରେ ରହୁଥିବା ଯାଯାବର ଓ ଅନ୍ୟ ମାନଙ୍କୁ ଶୁଖିଲା ଖାଦ୍ୟ, ଭାଲିଆଡାଳ ବିଦ୍ୟାଳୟରେ ରହୁଥିବା ଯାଯାବର ଓ ବଡଜାମୁପଶି ଉଚ୍ଚ ବିଦ୍ୟାଳୟରେ ରହୁଥିବା ଲୋକମାନଙ୍କୁ ବିଧାୟକ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ବିଧାୟକଙ୍କ ସହ ବ୍ଲକ ବିଜେଡି ସଭାପତି ମାଧବା ନନ୍ଦ ପୃଷ୍ଟି, ଦଳୀୟ ନେତା ବାବୁଲି ଭଞ୍ଜ, ହରିଭକ୍ତ କୁନାଜରି, ଭୂତ ମହାନ୍ତ ପ୍ରମୁଖ ବିଭିନ୍ନ ଆଶ୍ରୟସ୍ଥଳୀରେ ଏହା ବଣ୍ଟନ କରିଛନ୍ତି।

Comments are closed.