ତୁରୁମୁଙ୍ଗାରେ ଅଗ୍ନିଶମ ବିଭାଗ ପକ୍ଷରୁ କ୍ଷେତ୍ର ପ୍ରଦର୍ଶନ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବିଦ୍ୟୁତ ଉପଖଣ୍ଡ ଟାଟା ପାଓ୍ବାର ଉତ୍ତର ଓଡ଼ିଶା ଖଣ୍ଡ ପକ୍ଷରୁ ୭୮ ତମ ବିଦ୍ୟୁତ ସୁରକ୍ଷା ସପ୍ତାହ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟାଟା ପାଓ୍ବାର ସୁରକ୍ଷା ଅଧିକାରୀ ଗୈାରୀଶ ଧୂବେ, କାର୍ଯ୍ୟାଳୟ ସହକାରୀ ସରୋଜ କୁମାର ପାତ୍ର, ପାଟଣା ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ମହାନ୍ତ ଓ ତାଙ୍କ ଦଳ ପ୍ରମୁଖ ଯୋଗ ଦେଇ ବିଦ୍ୟୁତ କାର୍ଯ୍ୟ ସମୟରେ ଶୂନ୍ୟ ଦୁର୍ଘଟଣା ନୀତି ଉପରେ ଉପସ୍ଥିତ ପାଟଣା, ତୁରୁମୁଙ୍ଗା ଓ ସାହାରପଡା କ୍ଷେତ୍ରର ଲାଇନ୍ ମ୍ୟାନ ଓ ଅନ୍ୟାନ୍ୟ ବର୍ଗର କର୍ମଚାରୀମାନଙ୍କୁ କ୍ଷେତ୍ର ପ୍ରଦର୍ଶନ ଜରିଆରେ ସୁରକ୍ଷା ମାର୍ଗଦର୍ଶନ ଦେଇଥିଲେ। ତୁରୁମୁଙ୍ଗା ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଚିରଞ୍ଜିତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଟାଟା ପାଓ୍ବାର କର୍ମଚାରୀ ଓ ତୁରୁମୁଙ୍ଗା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ଦ୍ଵାରା ସଚେତନତା ଶୋଭାଯାତ୍ରା ଓ ସୁରକ୍ଷା ସମ୍ବନ୍ଧୀୟ କ୍ଷେତ୍ର ପ୍ରଦର୍ଶନ କରାଯାଇଥିଲା।

Comments are closed.