ପାଟଣାରେ ଦିନରେ ଘରେ ପସି ଲୁଟିଲେ ଦୁର୍ବୃତ୍ତ

ପାଟଣା: ପାଟଣା ଥାନା ଅନ୍ତର୍ଗତ କୁଣ୍ଡଳା ଗାଁରେ ଲୁଟେରାଙ୍କ ରାଜ୍‌ ଦେଖିବାକୁ ମିଳିଛି । ଗୁରୁବାର ଦିନ ୯ଟା ବେଳେ ଘରେ କେହି ନଥିବା ଦେଖି ଚୋର ମାନେ ବୁଲୁ ଦାସଙ୍କ ଘରେ ପଶି ଚୋରି କରି କଳା କନା ବୁଲାଇ ଦେଇଛନ୍ତି । ଗୁରୁବାର ସକାଳ ୯ଘଟିକା ବେଳେ ଘର ଲୋକେ ମହୁଲ ସଂଗ୍ରହ କରିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଚୋର ମାନେ ଘରେ ପଶି ବାକ୍ସ ଓ ଆଲମୀରା ଚାବି ଭାଙ୍ଗି ସୁନାଚେନ, କାନଫୁଲ, ପାଉଁଜି, ସୁନା ମୁଦି, ସହିତ ୫ ହଜାର ନଗଦ ଟଙ୍କା ନେଇଯାଇଥିବା ନେଇ ପାଟଣା ଥାନାରେ ଅଭିଯୋଗ କରିଛନ୍ତି ପରିବାର। ପାଟଣା ଥାନାରେ ଏକ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ ଜାରି ରଖିଛି।

Comments are closed.