ଢେଙ୍କିକୋଟ ସତ୍ୟନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ

ପାଟଣା: ଢେଙ୍କିକୋଟ ସତ୍ୟନାରାୟଣ ଉଚ୍ଚ ମlଧ୍ୟମିକ ବିଦ୍ୟାଳୟ +୨ ପ୍ରଥମ ବର୍ଷରେ ଅଧ୍ୟୟନରତା ୭୧ ଜଣ ଛାତ୍ରୀଙ୍କୁ ଆଜିଠାରୁ ଆତ୍ମରକ୍ଷା ପ୍ରଶିକ୍ଷଣ ଦିଆଯାଉଛି। ଏହି ଶିବିର ୮ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଛୁଟି ଦିବସକୁ ବାଦ ଦେଇ ପ୍ରତ୍ୟହ ଚାଲିବ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ମୀନକେତନ ଗିରିଙ୍କ ଉପସ୍ଥିତିରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଢେଙ୍କିକୋଟ ସରପଞ୍ଚ ଖଇର ନାଏକ ଶିବିରକୁ ଉଦଘାଟନ କରିଥିଲେ। କାର୍ଯକ୍ରମ ଅଧିକାରୀ କ୍ରୀଡ଼ା ଶିକ୍ଷକ ଯଶୋବନ୍ତ ପତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପ୍ରଶିକ୍ଷୀକା ଅନ୍ନପୂର୍ଣ୍ଣା ଦାସ ଶିବିରାର୍ଥି ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ପ୍ରଦୋଷ ଶେଖର ବେହେରା ଓ ଅଶୋକ କୁମାର ପହି ପରିଚାଳନାଗତ ସହଯୋଗ ଯୋଗାଇ ଦେଇଛନ୍ତି।

Comments are closed.