ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ

ପାଟଣା: ଢେଙ୍କିକୋଟ ଠାରେ ସୋମବାର ଭଲି ପଡିଆ ନିକଟରେ ଆନନ୍ଦପୁର ଭାଲୁକୁମା ସ୍ଥିତ ଏନ.ଏମ ହେଲ୍ଥକେୟାର ପକ୍ଷରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର ଜି.ଏସ ପୃଷ୍ଟି ଯୋଗ ଦେଇ ଆଣ୍ଠୁ ଗଣ୍ଠି ରୋଗୀ ,ପକ୍ଷାଘାତ ରୋଗୀ, କାନ୍ଧ ଓ ଅଣ୍ଟା ଯନ୍ତ୍ରଣା ଆଦି ରୋଗୀଙ୍କୁ ନିଦାନ ସୁପାରିଶ କରିଥିଲେ। ଶିବିରରେ ସଂସ୍ଥାର ମୁଖ୍ୟ ପଦ୍ମନାଭ ସାହୁ , ଭୈଷଜିକ ସୁଜିତ କୁମାର ପଟ୍ଟନାୟକ , ସୁପ୍ରକାଶ ସାହୁ ପ୍ରମୁଖ ଯୋଗ ଦେଇ ରୋଗୀଙ୍କୁ ମଧୁମେହ, ରକ୍ତ ପରୀକ୍ଷା ଆଦି ଦାୟିତ୍ଵ ତ୍ୱରାନ୍ୱିତ କରିଥିଲେ। ଢେଙ୍କିକୋଟର ଦୀପକ କୁମାର ସାହୁ ଓ ଅର୍ଜୁନ କୁମାର ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Comments are closed.