ସାମ୍ବାଦିକଙ୍କୁ ବେଡି ପକାଇବା ଘଟଣାରେ ପାଟଣା ପ୍ରେସ କ୍ଲବର ନିନ୍ଦା

ପାଟଣା: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର କାର୍ଯ୍ୟରତ ସମ୍ବାଦ ଓ କନକ ନ୍ୟୁଜ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ନୀଳଗିରି ଥାନା ଅଧିକାରୀ ଦ୍ରୋପଦୀ ଦାସଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କେନ୍ଦୁଝର ଜିଲ୍ଲା ପାଟଣା ପ୍ରେସ କ୍ଲବ ତରଫରୁ ନିନ୍ଦା ପ୍ରକାଶ କରାଯାଇଛି। ସାମ୍ବାଦିକ ଲୋକନାଥଙ୍କୁ ମାଓବାଦୀ ଅବା ହତ୍ୟା ଅଭିଯୁକ୍ତ ଆସାମୀ ଭଳି ବ୍ୟବହାର କରି ନୀଳଗିରି ପୁଲିସ ତାଙ୍କୁ ଧକ୍କାମାଡ଼ ମାରି ଆହତ କରି ଡାକ୍ତରଖାନାରେ ତାଙ୍କ ଗୋଡରେ ବେଡି ପକେଇବା ଘଟଣାକୁ ପ୍ରେସ କ୍ଲବ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ଏଥିସହିତ ସମ୍ପୃକ୍ତ ଅଧିକାରିଣୀଙ୍କୁ ଚାକିରୀରୁ ତୁରନ୍ତ ବହିଷ୍କାର କରାଯିବା ସହିତ ଘଟଣାର ଅନ୍ୟ ଅଭିଯୁକ୍ତ ପୁଲିସଙ୍କ ପ୍ରତି ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି କରାଯାଇଛି।

ପାଟଣା ପ୍ରେସ କ୍ଲବର ଉପଦେଷ୍ଟା ନୃସିଂହନାଥ ସିଂହ ଓ ରାହାସ ବିହାରୀ ପୃଷ୍ଟି, ସଭାପତି ମହେଶ୍ୱର ପୃଷ୍ଟି, ଉପସଭାପତି ବୀରକିଶୋର ଦାଶ ଓ ରଞ୍ଜନ କୁମାର ବାରିକ, ସମ୍ପାଦକ ବିଜୟ ରତ୍ନ ପତି, ଯୁଗ୍ମ ସମ୍ପାଦକ କାମିନୀକାନ୍ତ ଦିବେଦୀ, କୋଷାଧକ୍ଷ କିଶୋର କୁମାର ମହାନ୍ତ, ଶାନ୍ତନୁ କୁମାର ବେହେରା, ସନ୍ତୋଷ କୁମାର ପତି, ଅଭିମନ୍ୟୁ ରାଉତ, ଚିରଞ୍ଜୀବ ଦାଶ, ବିଜୟ କୁମାର କାରୁଆ, ଅଞ୍ଜନ କୁମାର ରଣା, ବିପ୍ଳବ କୁମାର ପୃଷ୍ଟି, ଶାନ୍ତନୁ କୁମାର ବେହେରା ପ୍ରମୁଖ ଘଟଣାର ନିନ୍ଦା ପ୍ରକାଶ କରିଛନ୍ତି।

Comments are closed.