ଯାଯାବରଙ୍କୁ ଶୁଖିଲା ଖାଦ୍ୟ ଦେଲା କୁଡମି ସେନା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମଲିପଶି ଗ୍ରାମରୁ ତଡା ଖାଇଥିବା ୩୦୦ ଯାଯାବର ଏବେ ପୃଥକ ପୃଥକ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ବାଙ୍କପାଟୁଳି ଗ୍ରାମରେ ରହିଥିବା ବେଳେ ଅନ୍ୟ ଏକ ବଡ଼ ଗୋଷ୍ଠୀ ପାଟଣା ବ୍ଲକ ବାଉଁସୁଳି ପଞ୍ଚାୟତ ଭଅଁରପୁର ଗ୍ରାମରେ ଆଶ୍ରୟସ୍ଥଳୀ ରେ ରହୁଥିବା ବେଳେ ଏହି ପରିବାର କୁ ଆଜି ଓଡିଶା କୁଡମୀ ସେନା ପକ୍ଷରୁ ଶୁଖିଲା ଖାଦ୍ୟ ଓ ତୁଣ୍ଡି ବଣ୍ଟନ କରାଯାଇଛି।

ଓଡ଼ିଶା କୁଡ଼ମି ସେନାର ରାଜ୍ୟ ଉପ ସଭାପତି ମିତ୍ରଭାନୁ ମହାନ୍ତ, ରାଜ୍ୟ କୋଷାଧ୍ୟକ୍ଷ ତଥା ଗଣମାଧ୍ୟମ ପ୍ରମୁଖ ଲମ୍ବୋଦର ମହାନ୍ତ ଓ ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ୍ ମହାନ୍ତ ପ୍ରମୁଖ ଭଅଁରପୁର ଯାଯାବରଙ୍କୁ ଶୁଖିଲା ଖାଦ୍ୟ ଓ ତୁଣ୍ଡି ଯୋଗାଇ ଦେଇଛନ୍ତି। ଏହି ଯାଯାବର ମାନଙ୍କୁ ବାଉଁସୁଳି ପଞ୍ଚାୟତ ପକ୍ଷରୁ ମଧ୍ୟ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।

Comments
Loading...