ଖିରେଇଟାଙ୍ଗିରୀ ପଞ୍ଚାୟତରେ ଦୁଇ ଘର ଭାଙ୍ଗିଲା

ପାଟଣା: ବାତ୍ୟା ୟଶ ପ୍ରଭାବରେ ବର୍ଷା ସାଙ୍ଗକୁ ପବନ ବହିବା ଫଳରେ ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତରେ ଦୁଇ ଜଣଙ୍କ କଚା ଘର ଭାଙ୍ଗିଥିବା ସୂଚନା ମିଳିଛି। ଆଶ୍ରୟସ୍ଥଳୀରେକୁ ସ୍ଥାନାନ୍ତର ହୋଇଥିବା ଡଳଙ୍ଗ ଗ୍ରାମର ଜହ୍ନା ନାଏକ ଓ ଡାବରଚୁଆ ଗ୍ରାମର ଚକ୍ରଧର ପାତ୍ରଙ୍କ ଘରର କାନ୍ଥ ଆଜି ଭୁଶୁଡ଼ି ପଡ଼ିଛି। ଖବର ପାଇ ପାଟଣା ବିଧାୟକ ଜଗନ୍ନାଥ ନାଏକ ଓ ପୂର୍ବତନ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ ଭାଙ୍ଗି ଥିବା ଗୃହ ବୁଲି ଦେଖିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। ଗରିବ ପରିବାରଙ୍କୁ ଅଧିକ ପଲିଥିନ୍ ଓ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଶ୍ରୀ ମହାନ୍ତ ମତ ଦେଇଥିବା ବେଳେ ବିଧାୟକ ଶ୍ରୀ ନାଏକ ଏ ନେଇ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସରପଞ୍ଚ ବନଜ ନାଏକ ମଧ୍ୟ ଆଶ୍ରୟସ୍ଥଳୀରେ ଉପସ୍ଥିତ ଥିଲେ।

Comments are closed.