ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅନ୍ତର୍ଗତ ଖିରେଇଟାଙ୍ଗୀରୀ ପଞ୍ଚାୟତ ଅନ୍ତର୍ଗତ ଭାଲୁପାହାଡ଼ି ଗ୍ରାମର ଭରତ ନାଏଙ୍କକ ପୁଅ ଲିଟୁ ନାଏକ(୧୮) ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ଜଣା ପଡ଼ିଛି। ତେବେ କେଉଁ କାରଣରୁ ଲିଟୁ ଆତ୍ମହତ୍ୟା କରିବାକୁ କଠୋର ନିଷ୍ପତି ନେଲେ ତାହା ସ୍ପଷ୍ଟ ହୋଇନାହିଁ। ଗତ ରାତି ସେ ଶୋଇବା ଘରେ ଆତ୍ମହତ୍ୟା କରିଥିବାର ସକାଳୁ ଜଣାପଡ଼ିଥିଲା। ଖବର ପାଇ ତୁରୁମୁଙ୍ଗା ପୁଲିସ  ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ପଠାଇଛି। ତେବେ ଘରେ ମଦ ପିଇବା ପାଇଁ ପଇସା ନ ଦେବାରୁ ରାଗରେ ଲିଟୁ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।

Comments are closed.