କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ୪ଦଫା ଦାବିପତ୍ର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ବିଭିନ୍ନ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଅନୁମୋଦିତ ବିଭିନ୍ନ ଅର୍ଥ ସଞ୍ଚିତ ସଂସ୍ଥା ମାଇକ୍ରୋ ଫାଇନାନ୍ସ, ସମବାୟ ମଲ୍ଟିଷ୍ଟେଟ୍ ମାନଙ୍କରେ ଅର୍ଥ ଜମାକରି ଥିବା ସେମାନଙ୍କ ଅର୍ଥ ଜମାଟଙ୍କା ଫେରସ୍ତ କରିବାକୁ କ୍ରାଇମବ୍ରାଞ୍ଚ, ତଦନ୍ତ, ବିଚାର ବିଭାଗୀୟ ତଦନ୍ତ କମିଶନ ନିଯୁକ୍ତି ଜମାକାରୀଙ୍କୁ ଜମା ଟଙ୍କା ଫେରସ୍ତ ପ୍ରତିଶୃତି ଦେଇଥିବା ବେଳେ ସରକାର ନିଜ ପ୍ରତିଶୃତି ପାଳନ କରିନାହାଁନ୍ତି। ଏଥି ମଧ୍ୟରେ ଜମାକାରୀମାନେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପାଟଣା ତହସିଲ ଜରିଆରେ ୪ଦଫା ଦାବି ନେଇ ଏକ ଦାବିପତ୍ର ଲେମ୍ବୁଧର ମହାନ୍ତ, ବ୍ଲକ ସହ ସଂଯୋଜକ ବୌରାଗି ଚନ୍ଦ୍ର ରଣା, ବ୍ଲକ ସଂଯୋଜକ କୃପାସିନ୍ଦୁ ମହାନ୍ତ ଓ ସୁବୁଦ୍ଧି ବେଜ୍ ପ୍ରମୁଖ ପ୍ରଦାନ କରିଛନ୍ତି।

Comments are closed.