ଦଳ ନୁହେଁ ବିଜେପି ପ୍ରାର୍ଥୀଙ୍କ ରଣନୀତିକୁ ବିଜୁ ଜନତା ଦଳର ଭୟ

ପାଟଣା: ଦଳ ନୁହେଁ ବିଜେପି ର ଜିଲ୍ଲା ପରିଷଦ ଆସନ ଆଶାୟୀ ପ୍ରାର୍ଥୀମାନଙ୍କ ରଣନୀତିକୁ ନେଇ ଡର ପଶିଛି। ବିଶେଷ କରି ଶାସକ ବିଜୁ ଜନତା ଦଳର ନେତାମାନେ ପଞ୍ଚାୟତିରାଜ ନିର୍ବାଚନ ପାଇଁ ଯେମିତି କସରତ କରୁଛନ୍ତି ତାହା ଆଗରୁ ଏପରି ଦେଖାଯାଇନଥିଲା। ଭଲ କଥା ଏହିକି ଯେ କେବଳ ପାଟଣା ନିର୍ବାଚନ ମଣ୍ଡଳୀ ନୁହେଁ ସମଗ୍ର କେନ୍ଦୁଝର ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ଆସନ ପାଇଁ ବିଜେପିର ପ୍ରାର୍ଥୀ ମାନେ ସେମାନଙ୍କ ଅଞ୍ଚଳରେ ସାଧାରଣ ଜନତାଙ୍କ ନିକଟରେ ପ୍ରଚାରର ପ୍ରଥମ ସୋପାନରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅଧିକ ଶିକ୍ଷିତ ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଜେପି ପ୍ରାର୍ଥୀ କରିବା ଏହାର ମୂଳ କାରଣ ବୋଲି କୁହାଯାଉଛି।

ବିଜେପିର ଜିଲ୍ଲା ସଭାପତି ନିଜେ ୨୯ ନମ୍ବର ଜୋନ ରେ ଜିଲ୍ଲା ପରିଷଦ ନିର୍ବାଚନ ଲଢୁ ଥିବାରୁ ସେ ଜିଲ୍ଲାର ଅନ୍ୟ ଆସନକୁ ଯାଇ ପ୍ରଚାର କରିବା ସମ୍ଭବପର ନଥିବା ବେଳେ ପୂର୍ବତନ ସାଂସଦ ଅନନ୍ତ ନାୟକ ଏବେ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଥିବାରୁ ସେ ମଧ୍ୟ ପ୍ରଚାର ମଇଦାନରେ ନାହାନ୍ତି। ଏକ ମାତ୍ର ସଦର ବିଧାୟକ ମୋହନ ମାଝି ମଧ୍ୟ ସମଗ୍ର ଜିଲ୍ଲା ଅଞ୍ଚଳ ବୁଲିବା ଅସମ୍ଭବ ମନେ ହେଉଥିବା ବେଳେ କେବଳ ଅଞ୍ଚଳ କୁ ତାରକା ପ୍ରଚାରକ ମାନଙ୍କ ଆଗମନକୁ ପ୍ରାର୍ଥୀମାନେ ଚାହିଁ ରହିଛନ୍ତି। ଅପର ପକ୍ଷରେ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ ଏଥର ସ୍ଵତନ୍ତ୍ର ଲକ୍ଷ୍ୟ ନେଇ ପ୍ରଚାର ମଇଦାନରେ ଥିବାରୁ ହାରିଲେ ମଧ୍ୟ ଦଳର ଭୋଟ ପ୍ରତିଶତ ବୃଦ୍ଧି ଘଟିବା ଆଭାସ ମିଳୁଛି। ଯାହାକୁ ନେଇ ବିଜୁ ଜନତା ଦଳ ମଧ୍ୟ ସ୍ଵତନ୍ତ୍ର ରଣନୀତିରେ ପ୍ରଚାର କୁ ଆଗେଇ ନେଉଛି। ସାଂସଦ ଓ ନିଜ ନିଜ ଅଞ୍ଚଳ ର ବିଧାୟକ ମାନେ ଦିନ ରାତି ଏକ କରି ଦଳ ର ଏକ ତରଫା ବିଜୟ ପାଇଁ ଲାଗି ଥିବାରୁ ସମଗ୍ର ଅଞ୍ଚଳ ରେ ନିର୍ବାଚନୀ ଉଷ୍ମତା ବାରି ହୋଇ ପଡ଼ୁଛି।

Comments are closed.