ବିଜେଡ଼ି ପ୍ରାର୍ଥୀନୀଙ୍କ ଘରକୁ ଘର ପ୍ରଚାର ଅଭିଯାନ

ପାଟଣା: କେନ୍ଦୁଝର ଜିଲ୍ଲା ୨୩ ନଂ ଜୋନ ଅଞ୍ଚଳ ପାଟଣା ବ୍ଲକର ଏରେଣ୍ଡେଇ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀନି ରୁନୁ ମହାନ୍ତ ଜୋରଦାର ପ୍ରଚାର କାର୍ଯ୍ୟକ୍ରମ ଅନ୍ତର୍ଗତ ଘରକୁ ଘର ଅଭିଯାନ ଚଳାଇଛନ୍ତି। ରୁନୁଙ୍କ ସହ ତାଙ୍କର ମହିଳା ସମର୍ଥକମାନେ ତାଙ୍କ ସହ ଘରକୁ ଘର ବୁଲୁଥିବା ବେଳେ ପଛେ ପଛେ ବିଜୁ ଜନତା ଦଳର ପ୍ରଚାର ଗାଡ଼ି ମଧ୍ୟ ସାହିକୁ ସାହି ବୁଲୁଥିବା ଦେଖାଯାଇଛି। ନିଜ ପଞ୍ଚାୟତରେ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରୁନୁ ମହାନ୍ତଙ୍କ ସହ ସମର୍ଥକମାନେ ଘରକୁ ଘର ଯାଇ ଲିଫଲେଟ ବଣ୍ଟନ କରୁଥିବା ବେଳେ ସାହି ସାହିରେ ତାଙ୍କୁ ବିପୁଳ ସଂଖ୍ୟାରେ ମହିଳାମାନେ ସ୍ବାଗତ ବନ୍ଦାପନା କରୁଥିବା ଦେଖାଯାଇଛି।

Comments are closed.