ବିଜୁ ଜନତା ଦଳରେ ମିଶିଲେ ଏସ.କେ ମୋବିନ

ପାଟଣା: ଘଟଗାଁ ବ୍ଲକ ଅଞ୍ଚଳ ରାଜନୀତି କ୍ଷେତ୍ରରେ ଏକ ଚର୍ଚ୍ଚିତ ନାମ ଢେଙ୍କିକୋଟର ଏସ.କେ ମୋବିନ ଶେଷରେ କଂଗ୍ରେସ ହାତ ଛାଡ଼ି ବିଜୁ ଜନତା ଦଳରେ ଆଜି ସାମିଲ ହୋଇଛନ୍ତି। ନିଜ ପଞ୍ଚାୟତରୁ ସରପଞ୍ଚ, ଅନ୍ୟ ପଞ୍ଚାୟତରୁ ସମିତି ସଭ୍ୟ, ଲ୍ୟାମ୍ପ୍ସର ଏକାଧିକ ଥର ପରିଚାଳନା ନିର୍ଦ୍ଦେଶକ ରହି ସାରିଥିବା ଏସ.କେ ମୋବିନ ରାଜ୍ୟ କଂଗ୍ରେସ କୃଷକ ସେଲର ମଧ୍ୟ ଜିଲ୍ଲା ଦାୟିତ୍ଵରେ ଥିଲେ। ଚଳିତ ପଞ୍ଚାୟତିରାଜ ନିର୍ବାଚନରେ ସେ ଘଟଗାଁ ୯ ନମ୍ବର ଜୋନରୁ ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀ ହେବା ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ସହ ମୁକ୍ତାପୁର ପଞ୍ଚାୟତରୁ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଥିଲେ ମଧ୍ୟ ପୁଅ ଏସ.କେ ଇମରାନ ଜିଲ୍ଲା ଯୁବ ବିଜୁ ଜନତା ଦଳର ଉପସଭାପତି ଥିବାରୁ ସେ ଶେଷ ମୁହୂର୍ତ୍ତରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ।

ଆଜି ଏସ.କେ ମୋବିନ ରାଜଧାନୀରେ ଆୟୋଜିତ ମିଶ୍ରଣ ପର୍ବରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଜିଲ୍ଲା ଟ୍ରକ୍ ମାଲିକ ସଂଘ ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କରଙ୍କ ସମେତ ଶତାଧିକ ସମର୍ଥକ ମଧ୍ୟ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଉପସ୍ଥିତିରେ ଦଳର ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିକଟରେ ଦଳରେ ସାମିଲ ହୋଇଥିବା ଜଣାପଡିଛି।

Comments are closed.