ବାଇକକୁ ପିଟିଲା ପିଆଜ ବୋଝେଇ ଟ୍ରକ, ଜଣେ ମୃତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ନିକଟ ଡୁମୁରିଗୋଡା ଛକ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝରରୁ ଯଶିପୁର ଅଭିମୁଖେ ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକରେ ଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ଓ ଆଉ ଜଣେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଖବର ପାଇ ତୁରନ୍ତ ତୁରୁମୁଙ୍ଗା ପୁଲିସ ନିଜ ଗାଡିରେ ଦୁଇ ଯୁବକଙ୍କୁ କେନ୍ଦୁଝର ଡାକ୍ତରଖାନା ନେଇଯାଇଛି। ତୁରୁମୁଙ୍ଗା ଥାନାଧିକାରୀ ମଦନ ମୋହନ ନାଏକ ଘଟଣାର ତଦନ୍ତ କରୁଛନ୍ତି। ସୂଚନା ଯୋଗ୍ୟ ଯେ ବାରିଆ ଥାନା ଅନ୍ତର୍ଗତ ଅସନପାଟ ନିକଟ ବଡପଶି ଗ୍ରାମର ସିଦ୍ଧାନ୍ତ ମହାକୁଡ଼ (୨୨) ଓ ବୁଲୁ ନାଏକ(୨୭) ଏକ ବାଇକରେ ଜାମୁଦା ଭିଣେଇ ଘରକୁ ଯାଉଥିବା ସମୟରେ ଡୁମୁରିଗୋଡା ନିକଟରେ ସେମାନଙ୍କ ବାଇକ କୁ ପିଆଜ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସିଦ୍ଧାନ୍ତ ଙ୍କ ମୃତ୍ୟୁ ଘଟିଥିବା ବେଳେ ବୁଲୁ ନାଏକ ଗୁରୁତର ହୋଇଛନ୍ତି।

Comments are closed.