ଉଦୟପୁର ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ପାଟଣା: ଉଦୟପୁର ଉଚ୍ଚ ବିଦ୍ୟାଳୟ ୧୯୭୮ ମାଟ୍ରିକ ପାସ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ ଆଜି ରାଇପୁର ବୈତରଣୀ ନଦୀ କୂଳରେ ଅନୁଷ୍ଠିତ ହୋଇଥିଲା। ସମସ୍ତ ସାଥୀମାନେ ଅବସର ଜୀବନରେ ସମାଜ ସେବା କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଏହି ବନ୍ଧୁ ମିଳନରେ ସମାଜ ସେବି ଦୀପକ ରାଜ, ଅଧ୍ୟାପକ ଅନନ୍ତ ଚରଣ ମହାନ୍ତ, ପଣ୍ଡିତ ନରହରି ମହାନ୍ତ ବର୍ମା, ଆଦିତ୍ଯ ସାମଲ, ଅଶୋକ ପରିଡା, ବ୍ରଜମୋହନ ଦେହୁରୀ, ଦୁଃଶାସନ ମହାନ୍ତ ,ସଦାନନ୍ଦ ପତି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.