ଆଚରଣ ବିଧିପରେ ମଧ୍ୟ ଅଞ୍ଚଳ ନବୀନମୟ, ଯେତେ ହଟାଇଲେ ବି ସରୁନି

ପାଟଣା: ଆଚରଣ ଵିଧିପରେ ମଧ୍ୟ ଜାତୀୟ ରାଜପଥ ହେଉକି ପ୍ରଧାନମନ୍ତ୍ରୀ ସଡ଼କ ସବୁ ନବୀନମୟ ହୋଇଯାଇଛି। ପ୍ରଶାସନର ଦୃଷ୍ଟିକୁ ଆସୁଥିବା ପ୍ରଚାର ଫଳକଗୁଡ଼ିକ ରାସ୍ତା କଡ଼ରୁ ହଟାଯାଉଥିଲେ ମଧ୍ୟ ଏହା ସରୁନାହିଁ। ପାଟଣା – ସାହାରପଡା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ହେଉକି ଖିରେଇଟାଙ୍ଗିରୀ – ତୁରୁମୁଙ୍ଗା ହୋଇଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ସମେତ ଅଧିକାଂଶ ରାଜ୍ୟ ରାଜପଥ ଓ ପ୍ରଧାନମନ୍ତ୍ରୀ ସଡ଼କର କଡେ କଡେ ସରକାରୀ ଜାଗାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ବିଜୁ ଜନତା ଦଳର ହୋଡ଼ିଂ ଲଗାଯାଇଛି। ଜିଲ୍ଲାକୁ ପର୍ଯ୍ୟବେକ୍ଷକଙ୍କ ଗସ୍ତ ଥିବାରୁ ପ୍ରଶାସନ ପକ୍ଷରୁ ଏହିସବୁ ହୋଡ଼ିଂ ମଧ୍ୟରୁ ଆଜି କିଛି ହୋଡ଼ିଂ ପାଟଣା ଓ ସାହାରପଡା ତହସିଲ ଇଲାକାରୁ ପୁଲିସ ହଟାଉଥିବା ଦେଖାଯାଇଛି।

Comments are closed.