ଅସହାୟ ମହିଳାଙ୍କୁ ଆବାସ ମିଳିବ କେବେ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ଛତିଆ ଗ୍ରାମରେ ଜଣେ ଅସହାୟ ବୃଦ୍ଧାଙ୍କୁ ବିଜୁ ପକ୍କା ଘର ଅଥବା ପ୍ରଧାନମନ୍ତ୍ରୀ ଆବାସ ଘର ଖଣ୍ଡିଏ ମିଳିପାରୁ ନଥିବା ସେ ଅଭିଯୋଗ କରିଛନ୍ତି। ଛତିଆ ଗ୍ରାମର ନାରଣ ରାୟଙ୍କର ୫ ବର୍ଷ ତଳୁ ଅକାଳ ବିୟୋଗ ଘଟିଥିବା ବେଳେ ସନ୍ତାନ ସନ୍ତତି ନଥିବା ତାଙ୍କ ବିଧବା ପତ୍ନୀ ଚଞ୍ଚଳା ରାୟ ଏବେ ଏକ ଦଦରା ମାଟି କାନ୍ଥ ଚାଳ ଛପର ଘରେ ଏକାକୀ ରହୁଛନ୍ତି। ତାଙ୍କୁ ସରକାରୀ ଯୋଜନାରେ ମାସିକ ଭତ୍ତା ଓ ଚାଉଳ ମିଳୁଥିଲେ ମଧ୍ୟ ଭଲ ଘର ଖଣ୍ଡିଏ ନଥିବାରୁ ସେ ବାଧ୍ୟ ହୋଇ ଦଦରା ଚାଳ ଛପର ଘରେ ରହୁଛନ୍ତି। କତୃପକ୍ଷ ଛତିଆ ଗ୍ରାମର ଚଞ୍ଚଳାଙ୍କ ସମସ୍ୟା ପ୍ରତି ନଜର ଦେବାକୁ ମତ ପ୍ରକାଶ ପାଇଛି।

Comments are closed.