ଟ୍ରକକୁ ଧକ୍କା ଦେଲା ଟ୍ରକ, ଚାଳକ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ର ହାତୀବାରି ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ପଛରେ ଅନ୍ୟ ଏକ ଟ୍ରକ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ଥ ହୋଇଛି। ଦୁର୍ଘଟଣାରେ ଟ୍ରକ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। କେନ୍ଦୁଝରରୁ ତୁରୁମୁଙ୍ଗା ଅଭିମୁଖେ ଏକ ଘରୋଇ ବସ୍ ଆସୁଥିବା ସମୟରେ ଏକ ଗାଈ ରାସ୍ତା ଉପରକୁ ହଠାତ୍ ଆସି ଯିବାରୁ ବସଟି ବ୍ରେକ ମାରିଦେଇଥିଲା ଫଳରେ ପଛରେ ଆସୁଥିବା ଟ୍ରକଟି ମଧ୍ୟ ବ୍ରେକ ମାରିଥିଲା। ଯାହା ଫଳରେ ପଛରେ ଆସୁଥିବା ଅନ୍ୟ ଟ୍ରକଟି ଟ୍ରକ ପଛରେ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ଜବତ କରିଛି। ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରକ ଚାଳକର ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି।

Comments are closed.