ଖିରେଇଟାଙ୍ଗିରୀରେ ଟୋଲ ପ୍ଲାଜା ଉଦଘାଟିତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଠାରେ ଯାନବାହାନଙ୍କ ଠାରୁ ଟୋଲ ଟିକସ ଆଦାୟ ପାଇଁ ନବ ନିର୍ମିତ ଟୋଲ ପ୍ଲାଜା ଉଦଘାଟିତ ହୋଇଛି। ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଭେଙ୍କେଟେଶ୍ୱରଲୁ ଏହାକୁ ଫିତା କାଟି ଉଦଘାଟନ କରିବା ସମୟରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଟୋଲ ପ୍ଲାଜାରେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ବିଜେପି ନେତା ରାଧାକାନ୍ତ ମହାନ୍ତ ଓ ବନଜ କୁମାର ନାଏକଙ୍କ ସହ ଅନ୍ୟମାନେ ଦାବି କରିଥିଲେ। ୪୯ ନମ୍ବର ଜାତୀୟ ରାଜପଥ ୪ ଲେନ୍ କାମ ସରିବା ପରେ ଆଜି ଠାରୁ ଏହି ନୂତନ ପ୍ଲାଜା କାର୍ଯ୍ୟକ୍ଷମ ହେବା ସହ ଯାନବାହାନ ଗୁଡ଼ିକ ଫାଷ୍ଟ ଟ୍ୟାଗ କରାଇ ନେବାକୁ ଅନୁରୋଧ କରାଯାଇଛି।

ଟୋଲ ପ୍ଲାଜା ରେ ୪ ଚକିଆ ଯାନ ଥରକ ପାଇଁ ୮୦ ଟଙ୍କା ଓ ୨୪ ଘଣ୍ଟା ମଧ୍ୟରେ ଯିବା ଆସିବା ପାଇଁ, ୧୨୫ ଟଙ୍କା ମାସିକିଆ ଯିବା ଆସିବା ପାଇଁ ୨୭୪୦ ଟଙ୍କା ରଖାଯାଇଥିବା ବେଳେ ହାଲୁକା ବାଣିଜ୍ୟିକ ଯାନ ମିନି ବସ ଥରକ ପାଇଁ ୧୩୫ ଓ ଯିବା ଆସିବା ପାଇଁ ୨୦୦ ଟଙ୍କା ଓ ମାସିକ ଦେୟ ୪୪୨୦ ଟଙ୍କା ରଖାଯାଇଛି। ୨ ଅଖ ବିଶିଷ୍ଟ ବସ ଟ୍ରକ୍ ଥରକ ପାଇଁ ୨୮୦ ଟଙ୍କା ଓ ଯିବା ଆସିବା ପାଇଁ ୪୧୫ ଟଙ୍କା ଓ ମାସିକ ଦେୟ ୯୨୬୫ ଟଙ୍କା ରହିଛି। ୩ ଅଖ ବିଶିଷ୍ଟ ଯାନ ଥରକ ପାଇଁ ୩୦୫ ଟଙ୍କା ଓ ଯିବା ଆସିବା ପାଇଁ ୪୫୫ ଟଙ୍କା ଓ ମାସିକ ଦେୟ ୧୦ ହଜାର ୧୧୦ ଟଙ୍କା ରହିଛି। ସେହିପରି ୪ ଅଖ ରୁ ୬ଅଖ ବିଶିଷ୍ଟ ଗାଡ଼ି ଥରକ ପାଇଁ ୪୩୫ ଟଙ୍କା ଓ ଯିବା ଆସିବା ପାଇଁ ୬୫୫ ଟଙ୍କା ଓ ମାସିକିଆ ଦେୟ ୧୪ ହଜାର ୫୩୦ ଟଙ୍କା ରହିଛି। ବଡ଼ ଧରଣର ଯାନ ଯଥା ୭ ଅଖ ରୁ ଅଧିକ ଯାନବାହାନକୁ ଥରକ ପାଇଁ ୫୩୦ ଟଙ୍କା, ଯିବା ଆସିବା ପାଇଁ ୭୯୫ ଟଙ୍କା ଓ ମାସିକ ଦେୟ ୧୭ ହଜାର ୬୯୦ ଟଙ୍କା ରହିଛି। କାର୍ଯ୍ୟକ୍ରମରେ ସୁରେନ୍ଦ୍ର କୁମାର ଶୁକ୍ଳାଙ୍କ ସଂସ୍ଥାର ଟୋଲ ପ୍ଲାଜା ଠିକା ନେଇଥିବା ଅରୂପା ନନ୍ଦ ଜେନା ଓ ପ୍ରିୟ କର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.