ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ମାଡ ଅଭିଯୋଗରେ ୪ ଗିରଫ

ପାଟଣା: ପାଟଣା ଥାନା ଅନ୍ତର୍ଗତ ଡାଳପକା ଗ୍ରାମରେ ରହୁଥିବା ସ୍ବାମୀ ପରିତ୍ୟକ୍ତା ମହିଳା ଝିଙ୍ଗି ମୁଣ୍ଡା (୩୦) ଓ ତାଙ୍କ ଭଉଣୀ ଟିକି (୨୫) ଙ୍କୁ ଗତ ୧୪ ତାରିଖ ରାତିରେ ତାଙ୍କ ଘରେ ପଶି ଗାଳିଗୁଲଜ କରିବା ସହ ମାଡ଼ ମାରିବା ଘଟଣାରେ ସେହି ଗ୍ରାମର ୪ ଜଣଙ୍କୁ ପାଟଣା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଖବରରୁ ପ୍ରକାଶ ଯେ ଡାଳପକା ଗ୍ରାମର ଝିଙ୍ଗି ମୁଣ୍ଡା ସ୍ବାମୀଙ୍କୁ ଛାଡି ଗ୍ରାମରେ ଭଉଣୀ ଟିକି ମୁଣ୍ଡା ସହ ରହୁଥିଲେ। ସେମାନଙ୍କ ଘରକୁ ବହୁ ଯୁବକ ଓ ଲୋକ ମନ୍ଦକାର୍ଯ୍ୟ କରିବାକୁ କାହିଁକି ଆସୁଛନ୍ତି ଅଭିଯୋଗ ଆଣି ୧୪ ତାରିଖ ରାତି ସେହି ଗ୍ରାମ ବନ୍ଧ ସାହିର ମୁନା ଓରଫ୍ ଅଶ୍ଵିନୀ କୁମାର ମହାନ୍ତ(୩୦), ବୁତୁରୁ ଓରଫ ସୁମନ୍ତ କୁମାର ମହାନ୍ତ (୨୬), ଦଶରଥ ମହନ୍ତ (୭୦) ଓ ଶିବପ୍ରସାଦ ମହାନ୍ତ(୩୦) ତାଙ୍କ ଘରକୁ ଯାଇଥିଲେ।

ସେଠାରେ ଏହି ପ୍ରସଙ୍ଗ ନେଇ ଝିଙ୍ଗି ଓ ତାଙ୍କ ଭଉଣୀ ଟିକିକୁ ଗାଳିଗୁଲଜ କରିବା ସହ ଏମାନେ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପାଟଣା ଥାନାରେ ଏକ ଜାତିଆଣ ମାମଲା ରୁଜୁ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି।

Comments are closed.