ବିଦ୍ୟୁତ୍ ଆଘାତରେ ଗାଡ଼ି ଚାଳକ ମୃତ

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ସ୍ବାମ ଶାସନ କ୍ଳବ୍ ଘର ନିକଟରେ ସିମେଣ୍ଟ ଖାଲି କରିବା ପରେ ଖାଲି ଗାଡ଼ି କେବିନ୍ ଉପରେ ଚଢ଼ି ପାଲ ବାନ୍ଧୁ ଥିବା ସମୟରେ ୧୧ କେ.ଭି ଚଳନ୍ତା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯିବାରୁ ଗାଡ଼ି ଚାଳକ ଗୁରୁତର ଅବସ୍ଥାରେ ତଳକୁ ଖସି ପଡ଼ିଥିଲେ। ତେବେ ତୁରନ୍ତ ତାଙ୍କୁ ପାଟଣା ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ସେଠାରେ ତାଙ୍କୁ ଡାକ୍ତରଖାନା ଆସିବା ପୂର୍ବରୁ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ପାରାଦୀପର ଏଇ ଟ୍ରକଟି ସ୍ୱାମ ଶାସନକୁ ସିମେଣ୍ଟ ବୋଝେଇ କରି ଆସି ଖାଲି କରିବା ପରେ ପରେ ଏଇ ଅଘଟଣ ଘଟିଛି। ଟ୍ରକ ଚାଳକ ଜଣକର ନାମ ମୋହନ ବୋଲି ଜଣାପଡିଛି। ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ଓ ଆରକ୍ଷୀ ଉପ ନିରୀକ୍ଷକ ଶିବ ଶଙ୍କର ଆଲଦା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ଜଣାପଡିଛି।

Comments are closed.