ଯୁବତୀଙ୍କ ମୃତଦେହ ଉଦ୍ଧାର, ଜଣେ ଅଟକ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ବଡ଼ଗମ୍ହାରିଆ ଗ୍ରାମର ପିଙ୍କି ପାତ୍ର (୨୩)ଙ୍କ କ୍ଷତାକ୍ତ ଶବ ଗତ ୧୯ ତାରିଖ ଠାକୁରମୁଣ୍ଡା ଥାନା ପଡ଼ିଆବେଡା ନିକଟସ୍ଥ ଖଣ୍ଡବନ୍ଧ ଜଙ୍ଗଲରୁ ଉଦ୍ଧାର ହୋଇଥିଲା। ଠାକୁରମୁଣ୍ଡା ଥାନାଧିକାରିଣୀ ପ୍ରମୋଦା ନାୟକ ଘଟଣାର ତଦନ୍ତ କରୁଥିବା ବେଳେ ଏହି ହତ୍ୟାକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଠାକୁରମୁଣ୍ଡା ପୁଲିସ ଯଥା ସାଧ୍ୟ ଉଦ୍ୟମ କରିଛି। ଠାକୁରମୁଣ୍ଡା ପୁଲିସ ତୁରୁମୁଙ୍ଗା ଥାନାକୁ ଆସି ମୃତ ଯୁବତୀର ସମ୍ପର୍କୀୟଙ୍କୁ ପଚରା ଉଚରା କରିବା ସହ ପାଟଣା ବଜାରର ଏକ ବ୍ୟବସାୟ ପ୍ରତିଷ୍ଠାନରେ କାର୍ଯ୍ୟରତ ଜଣେ ବିବାହିତ ଯୁବକ ପାଟଣାର ତପନ ମହାରଣା (୩୫)ଙ୍କୁ ଏହି ମାମଲାରେ ଉଠାଇ ନେଇ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ସବିଶେଷ ତଦନ୍ତ କରୁଥିବା ଜଣାପଡିଛି।

Comments are closed.