ପାଟଣା ଅବକାରୀ ବିଭାଗ ଚଢ଼ାଉ, ଚୋରା ମଦ ସହ ୪ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଶନିବାର ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୩୮ ଲିଟର ଚୋରା ମହୁଲି ମଦ ଜବତ କରାଯାଇଛି। ଏହା ସହ ବେଆଇନ ମଦ କାରବାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଚଢ଼ାଉ ସମୟରେ ଖିରେଇଟାଙ୍ଗିରୀର ରଞ୍ଜୁଲତା ନାୟକଙ୍କ ଠାରୁ ୮ ଲିଟର, ଉଦୟପୁରର ବେଣୁଧର ମହାନ୍ତଙ୍କ ଠାରୁ ୧୦ ଲିଟର, ପଡିଆପଶିର ସଦା ନାଏକଙ୍କ ଠାରୁ ୧୦ ଲିଟର ଓ ଯାମୁଦାର ସୁଷମା ନାଏକଙ୍କ ଠାରୁ ମଧ୍ୟ ୧୦ ଲିଟର ଚୋରା ମହୁଲି ମଦ ଜବତ କରାଯାଇଛି। ଏହି ଚଢ଼ାଉ ରେ ପାଟଣା ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇ, ଏଏସଆଇ ରଙ୍ଗାଧର ପାତ୍ର, କନେଷ୍ଟବଳ ମିଥୁନ ଜେନା ଓ ଆରତୀ ବେହେରା ସାମିଲ ଥିଲେ।

Comments are closed.