ମଣ୍ଡିରେ ଧାନ ବିକ୍ରି କରି ନପାରି ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଟଭାସରୁଆ ଧାନମଣ୍ଡିରେ ଧାନ ବିକ୍ରି କରିନପାରି ଆଜି ଚାଷୀମାନେ ଟଭାସରୁଆ ନିକଟରେ ୨୨୦ ନମ୍ବର ଜାତୀୟ ରାଜପଥରେ ଧାନ ବସ୍ତା ରଖି ରାଜପଥକୁ ଅବରୋଧ କରିଥିଲେ। ସୂଚନା ଅନୁଯାୟୀ ଶନିବାର ଚାଷୀମାନେ ଟଭାସରୁଆ ସମବାୟ ଶାଖା ଧାନ ମଣ୍ଡିରେ ଧାନ ବିକ୍ରି କରିବାକୁ ଆସିଥିବା ବେଳେ ସମବାୟ ଶାଖାର କୈାଣସି କର୍ମଚାରୀ କିମ୍ବା ଯୋଗାଣ ବିଭାଗର କୈାଣସି କର୍ମଚାରୀଙ୍କ ଦେଖା ମିଳିନଥିଲା। ଏହା ସହ ସମବାୟ ଶାଖା କାର୍ଯ୍ୟାଳୟ ତାଲା ପଡିଥିବାରୁ ଆଜି ଉତ୍ୟକ୍ତ ଚାଷୀମାନେ ୨୨୦ ନମ୍ବର ଜାତୀୟ ରାଜପଥ ଉପରେ ଧାନ ବସ୍ତା ରଖି ରାଜପଥ ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ଓ ସମବାୟ କର୍ମଚାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ବୁଝାସୁଝା କରିବା ପରେ ସୋମବାର ଧାନ କିଣା ଯିବା ପ୍ରତିଶୃତି ମିଳିବା ପରେ ଅବରୋଧ ହଟିଥିଲା।

Comments are closed.