ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ପାଟଣା: ୨୦ ନମ୍ବର ଜାତୀୟ ରାଜପଥର ଘଟଗାଁ କଲେଜ ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଆନନ୍ଦପୁର ସହରର ମହେଶ୍ୱର ପାଢ଼ୀ (୨୮) ବୋଲି ଜଣାପଡିଛି। ମହେଶ୍ବର ଜିଓ କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ ସେ ସଂସ୍ଥାର ଅର୍ଥ ସଂଗ୍ରହ ପାଇଁ ଘଟଗାଁ, ଢେଙ୍କିକୋଟ ଅଞ୍ଚଳକୁ ଆସି ବାଇକ ଯୋଗେ ଫେରିବା ସମୟରେ ଆଜି ପାଖା ପାଖି ସନ୍ଧ୍ୟା ୮ଟା ସମୟରେ ଘଟଗାଁ କଲେଜ ଛକ ନିକଟରେ ତାଙ୍କ ବାଇକକୁ କୌଣସି ଅଜଣା ଗାଡ଼ି ଧକ୍କା ଦେଇଥିଲା। ବାଇକ୍ ସହ ମହେଶ୍ବର ରାସ୍ତାରେ ପଡ଼ି ରହିଥିବା ବେଳେ ଘଟଗାଁ ପୋଲିସ ତାଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲା। ସେଠାରେ ମହେଶ୍ବରଙ୍କୁ ଡାକ୍ତର ଡାକ୍ତରଖାନାକୁ ନେବା ପୂର୍ବରୁ ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଆନନ୍ଦପୁରରେ ଶୋକର ଲହରୀ ଖେଳିଯାଇଛି। ମୃତ ମହେଶ୍ୱରଙ୍କ ଘରେ ପତ୍ନୀ ଓ ଏକ ଶିଶୁ କନ୍ୟା ରହିଥିବା ବେଳେ ତାଙ୍କ ପରିବାର ଘଟଗାଁ ଆସୁଥିବା ସୂଚନା ମିଳିଛି।

Comments are closed.