ସାମାଜିକ ଗଣମାଧ୍ୟମରେ ସଚେତନ କରୁଛି କୁଡୁମି ସେନା

ପାଟଣା: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଓଡ଼ିଶା କୁଡୁମି ସେନା ସାଧାରଣ ବୈଠକ, ସଭାସମିତି ବନ୍ଦ ରଖିବା ସହ ସାମାଜିକ ଗଣମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି। ସଙ୍ଗଠନର ରାଜ୍ୟ କୋଷାଧ୍ୟକ୍ଷ ତଥା ଗଣମାଧ୍ୟମ ମୁଖ୍ୟପାତ୍ର ଲମ୍ବୋଦର ମହାନ୍ତ ଫେସବୁକ୍’ରେ ସିଧା ପ୍ରସାରଣ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି।

ସାମାଜିକ ଗଣମାଧ୍ୟମ ଜରିଆରେ ସଙ୍ଗଠନର କାର୍ଯ୍ୟ ଜାରି ରଖିବାକୁ କେନ୍ଦୁଝର ଜିଲ୍ଲା ସଂଯୋଜକ ବିଜୟ ମହାନ୍ତ ଓ ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ଡମ୍ବରୁଧର ମହାନ୍ତ ଏହାର ପରିଚାଳନା କରୁଛନ୍ତି। ସଙ୍ଗଠନର ସଭାପତି ଦିବ୍ୟସିଂ ମହାନ୍ତ, ଉପ ସଭାପତି ମିତ୍ରଭାନୁ ମହାନ୍ତ ପ୍ରମୁଖ ଏଭଳି ନିଆରା ପ୍ରୟାସ ଜାତିର ସାମୁହିକ ସ୍ବାର୍ଥ ଥିବା ମତକୁ ସଫଳ କରିବାରେ ସହାୟକ ହେବ ବୋଲି ମତ ରଖିଛନ୍ତି।

Comments are closed.