ପାଟଣା ଓ ସାହାରପଡ଼ାରେ ପ୍ରାର୍ଥୀପତ୍ର ଦାଖଲ

ପାଟଣା: ପାଟଣା ବ୍ଲକ ଅଞ୍ଚଳର ମୋଟ ୨୦ଟି ପଞ୍ଚାୟତ ମଧ୍ୟରୁ ଆଜି ୩ଟି ପଞ୍ଚାୟତ ପାଇଁ ୩ଟି ସରପଞ୍ଚ ପ୍ରାର୍ଥୀ ଓ ୨୮ ଜଣ ୱାର୍ଡ଼ ସଦସ୍ୟ ପ୍ରାର୍ଥୀ ନିର୍ବାଚନ ପତ୍ର ଦାଖଲ କରିଛନ୍ତି। ସେହିପରି ପାଟଣା ବ୍ଲକ ୨୨ନଂ ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ବିଜେପି ଦଳର ନେତ୍ରୀ ଦାଶମତୀ ଚାତାର ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ସାହାରପଡା ବ୍ଲକର ୨୦ ଟି ପଞ୍ଚାୟତ ମଧ୍ୟରୁ ଆଜି ୭ଜଣ ସରପଞ୍ଚ ପଦବୀ, ୪ଜଣ ସମିତି ସଭ୍ୟ ପଦବୀ ଓ ୧୮ ଜଣ ୱାର୍ଡ଼ ସଦସ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସାହାରପଡ଼ା ବ୍ଲକ କୁଣ୍ତଳା ପଞ୍ଚାୟତ ପାଇଁ ପୂର୍ବତନ ସରପଞ୍ଚ ଶତ୍ରୁଘ୍ନ ନାଏକ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି।

Comments are closed.