ହାତୀ ଉପଦ୍ରବ, ବିଳମ୍ବିତ ରାତିରେ ଚୁଆପାଣି ଗ୍ରାମରେ ଭାଙ୍ଗିଲେ ଘର

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବନ କ୍ଷେତ୍ର ଅଞ୍ଚଳରେ କିଛି ଦିନର ବ୍ୟବଧାନରେ ପୁଣି ୭ ଘରିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ହାତୀପଲ ଠାକୁରମୁଣ୍ଡା ବନାଞ୍ଚଳରୁ ଆସି ସାହାରପଡା ବନ କ୍ଷେତ୍ରର ହିଞ୍ଜିଲି ଗଡ଼ିଆ, କଣ୍ଟିଡ଼ିହି, ଚୁଆପାଣି ଗ୍ରାମରେ ବ୍ୟାପକ ପନିପରିବା ଚାଷ ନଷ୍ଟ କରିଛନ୍ତି ହାତୀପଲ। ଏହାସହ ଚୁଆପାଣି ଗ୍ରାମର ଅକ୍ଷୟ ମହାନ୍ତଙ୍କ ଘରକୁ ଭାଙ୍ଗି ଦେଇଛନ୍ତି। ଏବେ ହାତୀପଲ ଟିକାସିଲ ଜଙ୍ଗଲରେ ଥିବା ବନବିଭାଗ ସୂଚନା ଦେଇଛି। ଗାଁ ନିକଟ ଜଙ୍ଗଲରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ ହାତୀପଲଙ୍କୁ ଘଉଡାଇବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତ ସୂଚନା ଦେଇଛନ୍ତି।

Comments are closed.