ହାତୀବାରି ନିକଟରୁ ଗାଈ ବୋଝେଇ କଣ୍ଟେନରକୁ ଜବତ ପରେ ଛାଡ଼ିଲା ତୁରୁମୁଙ୍ଗା ପୁଲିସ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ନିକଟରୁ ଆଜି ତୁରୁମୁଙ୍ଗା ପୁଲିସ ଏକ ଗାଈ ଓ ବାଛୁରୀ ବୋଝେଇ କଣ୍ଟେନରକୁ ଜବତ କରିଥିଲା। କଣ୍ଟେନରଟି ୪୯ ନମ୍ବର ଜାତୀୟ ରାଜପଥରେ ଆସୁଥିବା ଆଗୁଆ ସୂଚନା ପାଇ ପୁଲିସ ହାତୀବାରି ନିକଟରେ ଜଗି ରହିଥିଲା। ତେବେ କଣ୍ଟେନରଟିରେ ଗାଈ ଓ ଛୋଟ ବାଛୁରୀ ଥିବାବେଳେ କଣ୍ଟେନର ଚାଳକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଗାଈ ଓ ବାଛୁରୀ ପରିବହନ ସମ୍ବନ୍ଧରେ ଆବଶ୍ୟକୀୟ କାଗଜ ପତ୍ର ଥିବା ଓ ହରିୟାଣାର ଏକ ଗୋଶାଳାକୁ ଗାଈ ଓ ବାଛୁରୀ ଯାଉଥିବା ଜାଣିବା ପରେ ତୁରୁମୁଙ୍ଗା ପୁଲିସ ଗାଡ଼ିଟିକୁ ଛାଡ଼ିଦେଇଥିବା ଥାନାଧିକାରୀ ମଦନ ମୋହନ ନାୟକଙ୍କ ଠାରୁ ପ୍ରକାଶ।

Comments are closed.