ସାହାରପଡା ବଜାରରେ ବିଳମ୍ବିତ ରାତିରେ ଔଷଧ ଦୋକାନରୁ ଚୋରି, ଫାଣ୍ଡିରେ ଅଭିଯୋଗ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବଜାରରେ ଥିବା କ୍ରିଷ୍ଣା ନାମକ ଏକ ଔଷଧ ଦୋକାନରୁ ଚୋରି ହୋଇଥିବା ନେଇ ସାହାରପଡା ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଔଷଧ ଦୋକାନର ପଛପାଖ ଟାଇଲ ତାଡି ଦୋକାନର ଡ୍ରୟାରରେ ଥିବା ୪୦ ହଜାର ଟଙ୍କା ଚୋରି ହୋଇଛି। ଦୋକାନ ମାଲିକ ପଦ୍ମଲୋଚନ ମହାନ୍ତ ଆଜି ସକାଳେ ଦୋକାନ ଖୋଲିବା ପରେ ଦୋକାନରୁ ଚୋରି ହୋଇଥିବା ନେଇ ସାହାରପଡା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ସାହାରପଡା ବଜାର ଅଞ୍ଚଳରେ ଏକ କିଛି ଦିନ ଭିତରେ ୬ଟି ସ୍ଥାନରୁ ଚୋରି ହୋଇଥିଲେ ମଧ୍ୟ ପୁଲିସ କୈାଣସି ଚୋରକୁ ଧରିବାରେ ସକ୍ଷମ ହୋଇ ନଥିବାରୁ ପୁଲିସ ଉପରୁ ସାଧାରଣ ଜନତାଙ୍କ ଆଶା ଭରସା ଧିରେ ଧିରେ କମିଯାଉଥିବା ଚର୍ଚ୍ଚା ହେଉଛି ।

Comments are closed.