ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୬ କର୍ମଚାରୀଙ୍କୁ କରୋନା

ପାଟଣା: ପାଟଣା ବ୍ଲକ ଅଞ୍ଚଳରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ଏଥିରୁ ବାଦ ପଡିନାହିଁ। ପାଟଣା ଗୋଷ୍ଟୀ ସ୍ୱାସ୍ତ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କ ସହ ବିପିଏମ ଓ ଅନ୍ୟ ୪ ଜଣ କର୍ମଚାରୀ ଏବେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କରୋନା କଟକଣା ମାନିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଥିଲେ ମଧ୍ୟ ଅଧିକାଂଶ ଲୋକ କରୋନା କଟକଣା ମାନୁ ନଥିବା ଦେଖାଯାଉଛି। ଆକ୍ରାନ୍ତ ଗୋଷ୍ଟୀ ସ୍ୱାସ୍ଥ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ସଙ୍ଗରୋଧରେ ରହି ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

Comments are closed.